Skip to main content

Posts

Showing posts with the label Odia christian lyrics

SATARKA TIKE RUHA LYRICS | ସତର୍କ ଟିକେ ରୁହ | AMIT PANI | NEW ODIA CHRISTIAN SONG 2020

SATARKA TIKE RUHA LYRICS | ସତର୍କ ଟିକେ ରୁହ | AMIT PANI | NEW ODIA CHRISTIAN SONG 2020 - Amit pani Lyrics Singer Amit pani Song Writer Amit Badanayak ସତର୍କ ଟିକେ ରୁହ ଜୀବନ ବଦଳାଅ ମୋହ ମାୟାରୁ ଦୂରେଇ ରୁହ ଅଭିଳାଷରୁ ପୃଥକ ହୁଅ ଆସୁଛି ଦୁଃସମୟ ଯୀଶୁ ପାଶେ ରଖ ହେ ଲୟ ଯୀଶୁ ହେବେ ସଦା ସହାୟ....=୦= ଆକାଶମଣ୍ଡଳ ବିଚଳିତ ହେବ ନକ୍ଷତ୍ର ସକଳ ଖସି ପଡ଼ିଯିବ ସୂରୁଜ ଆପଣା ତେଜ ହରାଇବ ଚନ୍ଦ୍ର ପୃଷ୍ଠ ସବୁ ରକ୍ତମୟ ହେବ ମାଡ଼ି ଆସିବ ମହା ପ୍ରଳୟ ସାରା ଜଗତ ହେବ ବିଳୟ ପ୍ରାଣ ହେବ ଅଥୟ ଯୀଶୁ ପାଶେ ରଖ ହେ ଲୟ ଯୀଶୁ ହେବେ ସଦା ସହାୟ....=୧= ପ୍ରଚଣ୍ଡ କ୍ରୋଧରେ ଅଗ୍ନି ବରଷିବ ସାରା ସୃଷ୍ଟ ବସ୍ତୁ ଜଳି ପୋଡ଼ିଯିବ ଆକାଶ ହଲିବ ପୃଥିବୀ କମ୍ପିବ ରକ୍ତ ଅଗ୍ନି ଆଉ ଧୂମ ଦେଖାଯିବ ଅଧର୍ମ ଯେତେ ବୃଦ୍ଧି ପାଇବ ସବୁରି ପ୍ରେମ ଶିଥିଳ ହେବ ସରିଯିବ ସମୟ ଯୀଶୁ ପାଶେ ରଖ ହେ ଲୟ ଯୀଶୁ ହେବେ ସଦା ସହାୟ....=୨= 👇 https://jesulyrics.blogspot.com

PRASANGSA NIBASI || ପ୍ରସଂଶା ନିଵାସୀ || JAGAN MOHAN NAG ||NEW ODIYA CHRISTIAN SONG LYRICS

PRASANGSA NIBASI || ପ୍ରସଂଶା ନିଵାସୀ || JAGAN MOHAN NAG ||NEW ODIYA CHRISTIAN SONG LYRICS - JAGAN MOHAN NAG Lyrics Singer JAGAN MOHAN NAG ପ୍ରସଂଶା ନିବାସୀ ଜ୍ୟୋତିର୍ ମୟ ପ୍ରଭୁ ଦୟାରେ ପରିପୂର୍ଣ୍ଣ କ୍ଷମାମୟ ପ୍ରଭୁ ଭାରିଭଲ ଲାଗେ ମତେ ପ୍ରିୟଯୀଶୁଙ୍କର ନାମ ଭାରିଭଲ ଲାଗେ ମତେ ପ୍ରିୟଯୀଶୁଙ୍କର ଗୁଣ କରିବି ମୁଁ ତୁମ ପ୍ରସଂଶା ଆନନ୍ଦେ !! ୦ !! ପ୍ରସଂଶା ନିବାସୀ ଜ୍ୟୋତିର୍ ମୟ ପ୍ରଭୁ ..... ତୁମ ସେବା କରି ପ୍ରଭୁ ବିତାଇବି ମୋ ଜୀବନ ତୁମରି ବାକ୍ଯ ପ୍ରଚାର କରି ପାଇ ଯିବି ପରିତ୍ରାଣ ଭୂଲି ନାହିଁ ଭୁଲିବିନି ତୁମରି ଅସୀମ ପ୍ରେମ ଆସୁ ଯେତେ ଦୁଃଖ କଷ୍ଟ ଗାଉଥିବି ଯୀଶୁ ନାମ ହାତ ଧରି ଉଠାଇଲ ଚାଲିବାର ଶିଖାଇଲ ଗାଇବି ମୁଁ ତାଙ୍କ ପ୍ରସଂସା ଆନନ୍ଦେ ଆନନ୍ଦେ । !! ୧ !! ପୃଥିବୀର ମରୁ ପ୍ରାନ୍ତେ ତୁମେ ଏକା ମୋ ସାହାରା ଖୋଜୁଥିଲି ଖୋଜୁଅଛି ହୋଇ ମୁଁ ଦିଗ ହରା ତୁମେ ମୋ ଆଶ୍ରୟଗଡ଼ , ତୁମଠାରେ ମୋ ଭରସା ପଥହରା ପଥିକ ମୁଁ ତୁମେ ଏକା ମୋ ଆଶା ତୁମଠାରେ ମୋ ମନ ତୁମେ ମୋ ଜୀବନ ଧନ କରିବି ମୁଁ ତୁମ ପ୍ରସଂସା ଆନନ୍ଦେ ଆନନ୍ଦେ । !! ୨ !!

KETEBELE CHALIJIBA JEEBANA || କେତେବେଳେ ଚାଲିଯିବ ଜୀବନ || HUMANE SAGAR || NEW ODIA CHRISTIAN SONG LYRICS 2020

KETEBELE CHALIJIBA JEEBANA || କେତେବେଳେ ଚାଲିଯିବ ଜୀବନ || HUMANE SAGAR || NEW ODIA CHRISTIAN SONG LYRICS 2020 - Human sagar Lyrics Singer Human sagar Singer Amit Badanayak Song Writer Amit Badanayak କେତେବେଳେ ଚାଲିଯିବ ଜୀବନ କେତେବେଳେ ଉଡ଼ିଯିବ ପରାଣ ଜୀବନ ଚାଲି ଯିବା ଆଗରୁ ପରାଣ ଉଡ଼ି ଯିବା ଆଗରୁ ଯୀଶୁ ପାଶେ ସମର୍ପିବା ଏ ଆତ୍ମା ମନ କେତେବେଳେ ଚାଲିଯିବ ଜୀବନ ....=୦= ଏ ଜୀବନ ବୃକ୍ଷ ଦିନେ ଝାଉଁଳି ପଡ଼ିବ ଏ ଜୀବନ ନାବ ଦିନେ ପାଣିରେ ବୁଡ଼ିଯିବ ଏ ଜୀବନ ରଙ୍ଗ ଦିନେ ଫିକା ହୋଇଯିବ ଏ ଜୀବନ ବାଟ ଦିନେ ଠିକଣା ହରାଇବ ଆଜି ଅଛି କାଲି ନାହିଁ ମଣିଷ ଜୀବନ ଏଇ ଅଛି ଏଇ ନାହିଁ କୁହୁଡ଼ି ସମାନ ଏହି ହେତୁ କ୍ରୁଶ ପାଶେ ନେବା ଶରଣ କେତେବେଳେ ଚାଲିଯିବ ଜୀବନ ....=୦= ଏ ଜୀବନ ଗୀତ ଦିନେ ବେସୁରା ହୋଇବ ଏ ଜୀବନ ଫୁଲ ଦିନେ ବାସନା ହରାଇବ ଏ ଜୀବନ ଗୃହ ଦିନେ ଭୁଶୁଡ଼ି ପଡ଼ିବ ଏ ଜୀବନ ନାଟ ଦିନେ ସମାପ୍ତ ହୋଇଯିବ ଆଜି ଅଛି କାଲି ନାହିଁ ମଣିଷ ଜୀବନ ଏଇ ଅଛି ଏଇ ନାହିଁ କୁହୁଡ଼ି ସମାନ ଏହି ହେତୁ ଫେରିଯିବା ଯୀଶୁ ଚରଣ କେତେବେଳେ ଚାଲିଯିବ ଜୀବନ ....=୨=

ତୁମବିନାବଞ୍ଚିପାରେନା || TUMO BINA|| NEW ODIYA DEVOTIONAL CHRISTIAN SONG LYRICS || JAGAN MOHAN NAG

ତୁମବିନାବଞ୍ଚିପାରେନା || TUMO BINA|| NEW ODIYA DEVOTIONAL CHRISTIAN SONG LYRICS || JAGAN MOHAN NAG - Jagan Mohan Nag Lyrics Singer Jagan Mohan Nag Music Tinku Song Writer Pratyush Kiran & Pritikant Sadhu ତୁମ ବିନା ବଞ୍ଚି ମୁଁ ପାରେନା ଯୀଶୁ ମୋ ଯୀଶୁ ଝଡ଼ ଝଞ୍ଜା ଯେତେ ମୋ ଜୀବନେ ଆସୁ ପଛେ ଆସୁ (୨ ଥର ଚାଲିବାକୁ ତୁମ ସାଥେ , ଜୀବନର ଚଲା ପଥେ (୨ ଥର ) ନାମ ତୁମ ଧରି ଯୀଶୁ .......ହୋ ..ହୋ ...........(୪ଥର) ତୁମ ବିନା ବଞ୍ଚି ମୁଁ ପାରେନା......... !! ୦ !! ପଥ ହରା ହୋଇ ପାପର ଜଗତେ ବୁଲୁଥିଲି ଏକା ମୁଁ ତୁମରି ସାହାରା ପାଇବାକୁ ପ୍ରଭୁ ଖୋଜୁଥିଲି ତୁମକୁ ...୨ ଥର ଜୀବନେ ଯାହାକୁ ପାଇ ଧନ୍ୟ , ହେଲି ମୁଁ ଆଶିଷ , ତୁମର ଦେଲ ହେ ମୋ ପ୍ରଭୁ ...... !! ୧ !! ତୁମ ବିନା ବଞ୍ଚି ମୁଁ ପାରେନା.................. ସଦା ତୁମ ହୋଇ ରହିବି ତୁମଠି ଛାଡିବିନି କେବେ ମୁଁ ତୁମରି ପରଶ ପାଇ ଆଜି ମୁଁ ଯେ ହୃଦେ ନେଲି ତୁମକୁ ଚାଲିଛି ତୁମରି ପାଦେ ପାଦ ଦେଇ ମୁଁ ପାଇବି ତୁମର ପ୍ରେମ ହେ , ମୋ ପ୍ରଭୁ .......... !! ୨ !! ...