PRASANGSA NIBASI || ପ୍ରସଂଶା ନିଵାସୀ || JAGAN MOHAN NAG ||NEW ODIYA CHRISTIAN SONG LYRICS - JAGAN MOHAN NAG Lyrics
	
	| Singer | JAGAN MOHAN NAG | 
ପ୍ରସଂଶା ନିବାସୀ ଜ୍ୟୋତିର୍ ମୟ ପ୍ରଭୁ
ଦୟାରେ ପରିପୂର୍ଣ୍ଣ କ୍ଷମାମୟ ପ୍ରଭୁ 
ଭାରିଭଲ ଲାଗେ ମତେ ପ୍ରିୟଯୀଶୁଙ୍କର ନାମ
ଭାରିଭଲ ଲାଗେ ମତେ ପ୍ରିୟଯୀଶୁଙ୍କର ଗୁଣ 
କରିବି ମୁଁ ତୁମ ପ୍ରସଂଶା ଆନନ୍ଦେ           !! ୦ !!
ପ୍ରସଂଶା ନିବାସୀ ଜ୍ୟୋତିର୍ ମୟ ପ୍ରଭୁ .....
ତୁମ ସେବା କରି ପ୍ରଭୁ ବିତାଇବି ମୋ ଜୀବନ
ତୁମରି ବାକ୍ଯ ପ୍ରଚାର କରି ପାଇ ଯିବି ପରିତ୍ରାଣ
ଭୂଲି ନାହିଁ ଭୁଲିବିନି ତୁମରି ଅସୀମ ପ୍ରେମ 
ଆସୁ ଯେତେ ଦୁଃଖ କଷ୍ଟ ଗାଉଥିବି ଯୀଶୁ ନାମ
ହାତ ଧରି ଉଠାଇଲ ଚାଲିବାର ଶିଖାଇଲ
ଗାଇବି ମୁଁ ତାଙ୍କ ପ୍ରସଂସା ଆନନ୍ଦେ ଆନନ୍ଦେ    ।  !! ୧ !! 
ପୃଥିବୀର ମରୁ ପ୍ରାନ୍ତେ ତୁମେ ଏକା ମୋ ସାହାରା
ଖୋଜୁଥିଲି ଖୋଜୁଅଛି ହୋଇ ମୁଁ ଦିଗ ହରା
ତୁମେ ମୋ ଆଶ୍ରୟଗଡ଼ , ତୁମଠାରେ ମୋ ଭରସା 
ପଥହରା ପଥିକ ମୁଁ ତୁମେ ଏକା ମୋ ଆଶା 
ତୁମଠାରେ ମୋ ମନ ତୁମେ ମୋ ଜୀବନ ଧନ 
କରିବି ମୁଁ ତୁମ ପ୍ରସଂସା ଆନନ୍ଦେ ଆନନ୍ଦେ   ।    !! ୨ !!
Comments