SATARKA TIKE RUHA LYRICS | ସତର୍କ ଟିକେ ରୁହ | AMIT PANI | NEW ODIA CHRISTIAN SONG 2020 - Amit pani Lyrics
Singer | Amit pani |
Song Writer | Amit Badanayak |
ସତର୍କ ଟିକେ ରୁହ
ଜୀବନ ବଦଳାଅ
ମୋହ ମାୟାରୁ ଦୂରେଇ ରୁହ
ଅଭିଳାଷରୁ ପୃଥକ ହୁଅ
ଆସୁଛି ଦୁଃସମୟ
ଯୀଶୁ ପାଶେ ରଖ ହେ ଲୟ
ଯୀଶୁ ହେବେ ସଦା ସହାୟ....=୦=
ଆକାଶମଣ୍ଡଳ ବିଚଳିତ ହେବ
ନକ୍ଷତ୍ର ସକଳ ଖସି ପଡ଼ିଯିବ
ସୂରୁଜ ଆପଣା ତେଜ ହରାଇବ
ଚନ୍ଦ୍ର ପୃଷ୍ଠ ସବୁ ରକ୍ତମୟ ହେବ
ମାଡ଼ି ଆସିବ ମହା ପ୍ରଳୟ
ସାରା ଜଗତ ହେବ ବିଳୟ
ପ୍ରାଣ ହେବ ଅଥୟ
ଯୀଶୁ ପାଶେ ରଖ ହେ ଲୟ
ଯୀଶୁ ହେବେ ସଦା ସହାୟ....=୧=
ପ୍ରଚଣ୍ଡ କ୍ରୋଧରେ ଅଗ୍ନି ବରଷିବ
ସାରା ସୃଷ୍ଟ ବସ୍ତୁ ଜଳି ପୋଡ଼ିଯିବ
ଆକାଶ ହଲିବ ପୃଥିବୀ କମ୍ପିବ
ରକ୍ତ ଅଗ୍ନି ଆଉ ଧୂମ ଦେଖାଯିବ
ଅଧର୍ମ ଯେତେ ବୃଦ୍ଧି ପାଇବ
ସବୁରି ପ୍ରେମ ଶିଥିଳ ହେବ
ସରିଯିବ ସମୟ
ଯୀଶୁ ପାଶେ ରଖ ହେ ଲୟ
ଯୀଶୁ ହେବେ ସଦା ସହାୟ....=୨=
Comments