JISU MO PRANA JISU MO TRANA || ଯୀଶୁ ମୋ ପ୍ରାଣ ଯୀଶୁ ମୋ ତ୍ରାଣ ||SONG LYRICS || AMIT BADANAYAK || ODIA CHRISTIAN LYRICS
JISU MO PRANA JISU MO TRANA || ଯୀଶୁ ମୋ ପ୍ରାଣ ଯୀଶୁ ମୋ ତ୍ରାଣ ||SONG LYRICS || AMIT BADANAYAK || ODIA CHRISTIAN LYRICS - Amit Badanayak Lyrics
| Singer | Amit Badanayak | 
| Song Writer | Amit Badanayak | 
ଯୀଶୁ ମୋ ପ୍ରାଣ ଯୀଶୁ ମୋ ତ୍ରାଣ
ଯୀଶୁ ହିଁ ଏକା ମୋହର 
ପଥ ସତ୍ୟ ଜୀବନ
ଯୀଶୁ ମୋ ଧନ ଯୀଶୁ ମୋ ଜ୍ଞାନ
ଯୀଶୁ ହିଁ ଏକା ମୋହର
ପଥ ସତ୍ୟ ଜୀବନ ............=୦=
ଯୀଶୁ ହିଁ ଚାଳକ ଦୁର୍ଗମ ପଥର
ଯୀଶୁ ହିଁ ନାବିକ ଜୀବନ ନଦୀର
ଯୀଶୁ ହିଁ ଆଲୋକ ଅନ୍ଧାର ବାଟର
ଯୀଶୁ ହିଁ ରକ୍ଷକ ଦୁର୍ଦ୍ଦଶା କାଳର
ଯୀଶୁ ମୋ ପ୍ରାଣ ଯୀଶୁ ମୋ ତ୍ରାଣ
ଯୀଶୁ ହିଁ ଏକା ମୋହର
ପଥ ସତ୍ୟ ଜୀବନ..............=୧=
ନାଥ ସେ ଅଟନ୍ତି ଅନାଥ ଜନର 
ଆଶା ସେ ଅଟନ୍ତି ନିରାଶା ମନର
ବଳ ସେ ଅଟନ୍ତି ଦୁର୍ବଳ ପ୍ରାଣର
ଢାଲ ସେ ଅଟନ୍ତି ବିଶ୍ୱାସୀ ଗଣର
ଯୀଶୁ ମୋ ଧନ ଯୀଶୁ ମୋ ଜ୍ଞାନ
ଯୀଶୁ ହିଁ ଏକା ମୋହର
ପଥ ସତ୍ୟ ଜୀବନ
ଯୀଶୁ ମୋ ପ୍ରାଣ ଯୀଶୁ ମୋ ତ୍ରାଣ
ଯୀଶୁ ହିଁ ଏକା ମୋହର
ପଥ ସତ୍ୟ ଜୀବନ ...........=୨=

Comments